
ନୂଆଁଖାଇ ପଶ୍ଚିମ ଓଡିଶାର ବଡ଼ ଓ ମହାନ୍ ପର୍ବ ଅଟେ I ମାଟି ମା ଓ ଇଷ୍ଟ ଦେବୀଂକୁ ପୂଜା କରିବାର ନିଆରା ପରମ୍ପରା I ମାଆ, ମାଟି, ପ୍ରକୃତି, ସମାଜ୍, ଧର୍ମ, ସଂସ୍କୃତି ଓ ପରମ୍ପରର ଅତୁଟ ବଂଧନରେ ବନ୍ଧା ଏକ ପର୍ବ I ଏହା ମୁଖ୍ୟତ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ସମାଜର ସବୁ ବର୍ଗର ଲୋକ ଖୁବ ଜାକ ଜମକରେ ପାଳନ କରଂତି I ଏହି ନୂଆଁଖାଇ ପର୍ବ ପଶ୍ଚିମ ଓଡିଶାର ମୂଲ୍ୟବୋଧ ଓ ମହାନ୍ ଐତିହ୍ୟର ପରିଚୟ ଦିଏ I କେବଳ ଆନନ୍ଦ ପ୍ରାପ୍ତି ନୁହେଁ ବରଂ ସାମାଜିକ ଜିବନକୁ ସୁଦୃଢ ଓ ଭାଇଚାରାରେ ଉଦ୍ବୁଦ୍ଧ ହେବା ପାଇଁ ଏହି ପର୍ବ ପାଳନ କରାଯାଏI ଏହି ପର୍ବ କେବେଠୁଁ ଆରମ୍ଭ ହେଲା ସେ ସମ୍ପକରେ ଐତିହାସିକ ତଥ୍ୟ ନାହି I ନୂଆଁ ଧାନ କୁ ଗାଁ ତଥା ଘର ଇଷ୍ଟ ଦେବୀଂକୁ ସମର୍ପଣ କରି ନୂଆଁ ଖାଇ ପାଳନ କରା ଯାଏ I ଭାଦ୍ରବ ମାସର ଶୁକ୍ଲପକ୍ଶ୍ଯ ପଂଚମୀ ତିଥିରେ ସାରା ପଶ୍ଚିମ ଓଡିଶାରେ ନୂଆଁଖାଇ ପର୍ବ ପାଳନ କରାଯାଏ I ସାମାଜିକ ସହାବସ୍ଥାନ, ନୂତନ, ଆଶା, ସମ୍ଭାବନା, ଭକ୍ତି, ପ୍ରେମ ର ପର୍ବ ନୂଆଁ ଖାଇ I ମତାନ୍ତର ଓ ମନାନ୍ତର କୁ ପଶୋରି ଏକତା ସୂତ୍ରେ ଯୋଡି ରଖିଥାଏ ଏହି ନୂଆଁଖାଇ I ଅନ୍ୟ ଦିନ ଠାରୁ ଏହି ଦିନ ଟିକେ ଅଲଗା I ସମସ୍ତଂକ ମନ ଆନନ୍ଦ ଓ ଉଲ୍ଲାଶରେ ଭରିଯାଏଁ I ମାଟି ମାଆ ଓ ଦେବାଦେବୀ ମାନଂକର ଆଶିର୍ବାଦରୁ ସୁନାର ଫସଲ ହେଉଥିବାରୁ ପ୍ରଥମେ ଦେବଦେବୀଂକୁ ଅର୍ପଣ କରାଯାଏ I
ନୂଆଁ ଧାନରୁ ଚାଉଲ ବାହାର କରି ଘିଅ, ଖିର, କଦଳୀ ଓ ଗୁଡ ମିଶାଇ ଆରାଧ୍ୟ ଦେବୀ ପାଖରେ ଭୋଗ ଲଗାଯାଏ I ଆହୁରି ମଧ୍ୟ ଏହି ନୂଆଁ ଧାନକୁ ଚୁରି ଖିରିରେ ମିଶାଇ ନବାନ୍ନ ପ୍ରସ୍ତୁତ କରାଯାଏ I ଗାଁ ତଥା ଘରେ ଇଷ୍ଟ ଦେବୀ ଠାନେ ନୂଆଁ ଅନ୍ନ ଭୋଗ ଲଗାଇବା ପରେ ସମସ୍ତେ ଏକାଠି ମିଶି ନୂଆଁ ଖାଇ ଥାଂତି I ନୂଆଁ ଖାଇ ସାରିବା ପରେ ସାନ ମାନେ ଗୁରୁଜନଂକୁ ମୁଣ୍ଡିଆ ମାରିଥାଂତି I ତାହା ପରେ ମନ୍ଦିର ଦର୍ଶନ କରି ବଡ଼ ଲୋକଂକୁ ନୂଆଁ ଖାଇ ଜୁହାର କରଂତି I ବିଲୁପ୍ତ ପ୍ରାୟ ସାସ୍କୃତିକ ବିଭବକୁ ଉଜ୍ଜ୍ବିତ କରେ “ନୂଆଁ ଖାଇ ଭେଟଘାଟ୍” I